ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର ୪୩ତମ ରାଜ୍ୟପାଳ ଭାବେ କାର୍ଯ୍ୟନିର୍ବାହ କରିଥିଲେ। ସେ ୨୧ଅଗଷ୍ଟ ୨୦୦୭ରୁ ୯ ମାର୍ଚ୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ରହିଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ପରବର୍ତ୍ତି ରାଜ୍ୟପାଳ ଆସିବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୩ଥର ୧୯୮୦-୮୨, ୧୯୮୨-୮୮, ୧୯୮୮-୯୪ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ।