Categories: ଜାତୀୟ

କୃଷକର ପୁଅ ଡରିବ ନାହିଁ, ସିବିଆଇକୁ ୪-୫ କୁର୍ତ୍ତା ପାଇଜାମା ଛଡ଼ା କିଛି ବି ମିଳିବ ନାହିଁ: ଚଢ଼ାଉକୁ ନେଇ କହିଲେ ମଲିକ

ନୂଆଦିଲ୍ଲୀ,୨୨।୨: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଉଛି। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏହି ଚଢ଼ାଉ ହେଉଛି। ଏହାକୁ ନେଇ ମଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏକଛତ୍ରବାଦୀ ଶାସକ ତାଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛନ୍ତି। ସେ ଜଣେ କୃଷକଙ୍କ ପୁଅ, ଏହି ଚଢ଼ାଉକୁ ନେଇ ଭୟଭୀତ ହେବେ ନାହିଁ। ଗତ ୩ରୁ ୪ ଦିନ ହେଲାଣି ଅସୁସ୍ଥ ଥିଲେ, ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଏହା ସତ୍ତ୍ୱେ ତାଙ୍କ ଘରେ ଚଢ଼ାଉ କରାଯାଉଛି। ହେଲେ ସେମାନଙ୍କୁ ତାଙ୍କ ୪-୫ କୁର୍ତ୍ତା ପାଇଜାମା ଛଡ଼ା ଆଉ କିଛି ମିଳିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ ଡ୍ରାଇଭର ଏବଂ ସହାୟକ ମଧ୍ୟ ଚଢ଼ାଉକୁ ନେଇ ଅନାବଶ୍ୟକ ଭାବେ ହଇରାଣ ହେଉଥିବା ସେ କହିଛନ୍ତି।

ତେବେ କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍‌ ପ୍ରୋଜେକ୍ଟ ମାମଲା ୨୨୦୦ କୋଟି ଟଙ୍କା ମୂଲ୍ୟର ସିଭିଲ କାମ ପାଇଁ ଚୁକ୍ତିନାମା ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମଲିକ ଦାବି କରିଛନ୍ତି ଯେ, ୨୩ ଅଗଷ୍ଟ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ମଧ୍ୟରେ ଯେତେବେଳେ ସେ ଜମ୍ମୁ କଶ୍ମୀରର ରାଜ୍ୟପାଳ ଥିଲେ, ତାଙ୍କୁ ଦୁଇଟି ଫାଇଲ ଅନୁମୋଦନ ଲାଗି ୩୦୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା। ସିବିଆଇ ଏହି ଅଭିଯୋଗକୁ ନେଇ ୨ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା। ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପାୱାର ଲିମିଟେଡର ପୂର୍ବତନ ଚେୟାରମ୍ୟାନ ନବୀନ କୁମାର ଚୌଧୁରୀ ଏବଂ ଅନ୍ୟ ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମ.କେ ମିତ୍ତଲ ଏବଂ ଅରୁଣ କୁମାର ମିଶ୍ର ଏବଂ ପଟେଲଙ୍କ ବିରୋଧରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା। ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପାୱାର ଲିମିଟେଡ୍‌ର ପୂର୍ବତନ ଚେୟାରମ୍ୟାନ ନବୀନ କୁମାର ଚୌଧୁରୀ ଏବଂ ଅନ୍ୟ ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମ.କେ ମିତ୍ତଲ ଏବଂ ଅରୁଣ କୁମାର ମିଶ୍ର ଏବଂ ପଟେଲଙ୍କ ବିରୋଧରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା।

Share