Categories: ଜାତୀୟ

ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଏଏପିରେ ସାମିଲ

ଚଣ୍ଡିଗଡ଼,୪ ।୪: ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱର ସୋମବାର ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ସେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ଏଏପିରେ ଯୋଗ ଦେଇଛନ୍ତି । ଏଏପିରେ ଯୋଗ ଦେବା ପରେ ଅଶୋକ କହିଛନ୍ତି, ଜନପ୍ରିୟ ନେତା କେଜରିୱାଲଙ୍କ କୁଶଳ ନେତୃତ୍ୱରେ ଜନହିତ ପାଇଁ ହେଉଥିବା କାର୍ଯ୍ୟ ମୋତେ ଏଏପିରେ ଯୋଗ ଦେବାକୁ ପ୍ରେରଣା ଦେଇଛି । ମୁଁ ଜନତାଙ୍କ ପାଇଁ ସ୍ୱର ଉଠାଇବି । ଦଳ ନେତୃତ୍ୱର ବିଶ୍ୱାସ ଓ ଭରସାକୁ ଗୁରୁତ୍ୱ ଦେବି ।
ଏହାପରେ ଅରବିନ୍ଦ କେଜରିୱାଲ ଟୁଇଟ୍ କରି କହିଛନ୍ତି ଏଏପିରେ ଆପଣଙ୍କୁ ସ୍ୱାଗତ ଅଶୋକ ଜି । ଛାତ୍ର ରାଜନୀତିରୁ ନେଇ ସଂସଦ ପର୍ଯ୍ୟନ୍ତ ଆପଣଙ୍କ ରାଜନୈତିକ ଅନୁଭବ ହରିୟାଣା ଓ ସାରା ଦେଶରେ ଥିବା ଦଳର ସଂଗଠନ ପାଇଁ ନିଶ୍ଚତ ଭାବେ ସହଯୋଗ କରିବ ।

Share