Categories: ଜାତୀୟ

ଭାଜପାରେ କୁଲଦୀପ: କ୍ରସ ଭୋଟିଂ କରି କଂଗ୍ରେସରୁ ହୋଇଥିଲେ ବହିଷ୍କାର

ନୂଆଦିଲ୍ଲୀ,୪।୮ ହରିୟାଣାର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ମାସ ପୂର୍ବରୁ ସେ ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହୁଇପ୍‌ ଅବମାନନା କରି ଶାସକ ଦଳ ଭାଜପା ସମର୍ଥତ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। କ୍ରସ ଭୋଟିଂ ପାଇଁ ତାଙ୍କୁ କଂଗ୍ରେସ ଦଳର ସମସ୍ତ ପଦବୀରୁ ବହିଷ୍କାର କରାଯାଇଥିଲା। ୪ ଥର ବିଧାୟକ ଓ ୨ ଥର ଏମ୍‌ପି ଥିବା ବିଷ୍ଣୋଇ ତାଙ୍କ ସ୍ତ୍ରୀ ରେଣୁକାଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ରେଣୁକା ମଧ୍ୟ ଜଣେ ପୂର୍ବତନ ବିଧାୟକ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର ଏବଂ ବରିଷ୍ଠ ଭାଜପା ନେତାମାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ବିଷ୍ଣୋଇ ନରେନ୍ଦ୍ର ମୋଦିଙ୍କୁ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିବା ସହ ମୁଖ୍ୟମନ୍ତ୍ରୀ ଖଟ୍ଟାରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଭାଜପାରେ ଯୋଗଦେବା ପୂର୍ବରୁ ବିଷ୍ଣୋଇ ବୁଧବାର ହରିୟାଣା ବିଧାନସଭାରୁ ଇସ୍ତଫା ଦେଇଥିଲେ।

Share