ଚେନ୍ନାଇ,୨।୧୨-ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନଙ୍କୁ ବୁଧବାର ଚେନ୍ନାଇ ପୋଲିସର ସାଇବର କ୍ରାଇମ ଟିମ ଗିରଫ କରିଛି। ସେ ଗୋଟିଏ ଭିଡିଓ ଜାରି କରି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ପୁଡୁଚେରୀ ବାର ଆସୋସିଏଶନ ତାଙ୍କ ନାଁରେ ଅଭିଯୋଗ କରିଥିଲା। ପରେ ତାଙ୍କ ନାଁରେ ୪ଟି ଦଫାରେ କେସ ରୁଜୁ ହୋଥିଲା। ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି।