ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ

ଇସଲାମାବାଦ,୨୯।୧୦: ୨୦୧୯ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ। ସଂସଦରେ ଏକଥା ଖୁଲାସା କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ ଦଳର ଏମ୍‌ପି ଆୟାଜ ସାଦିକ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ, ଏବଂ ସେନା ପ୍ରମୁଖ ବାଜୱା ଭୟଭୀତ ଥିଲେ। ସେମାନଙ୍କ ଗୋଡ, ହାତ ଥରୁଥିଲା ବୋଲି ସେ କହିଛନ୍ତି। ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ ନକଲେ ଭାରତ ରାତି ୯ ଟାରେ ପାକିସ୍ତାନ ଉପରେ ଆକ୍ରମଣ କରିଦେବ ବୋଲି ସେମାନେ ଚିନ୍ତିତ ଥିଲେ। ସୂଚନାଯୋଗ୍ୟ, ୨୦୧୯ ଫେବୃଆରୀ ୧୪ରେ ଜମ୍ମୁକଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା। ପରଦିନ ପାକିସ୍ତାନ ତାର ବିମାନଗୁଡ଼ିକୁ ଭାରତ ପଠାଇଥିଲା। ଅଭିନନ୍ଦନ ସେଗୁଡିକୁ ଏଫ୍‌-୧୬ ମିଗ୍‌ ୨୧ ବିମାନ ଦ୍ୱାରା ତଳକୁ ଖସାଇ ଦେଇଥିଲେ। ଏହି ସମୟରେ ସେ ପାକିସ୍ତାନ ପଟେ ଖସିପଡିଥିଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ତାଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା।

 

 

Share