ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ମହମ୍ମଦ ଆଝାରୁଦ୍ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ହେଲେ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇ ନାହିଁ।
ରାଜସ୍ଥାନର ଲାଲସୋଟ-କୋଟା ହାଇୱେରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୫୭ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ପରିବାର ସହିତ ରଣଥମ୍ବୋରକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ତାଙ୍କ କାର ରାସ୍ତା କଡ଼ରେ ଥିବା ଏକ ଢାବା ମଧ୍ୟକୁ ପସିଯାଇଥିଲା। ଏହି ସୂଚନା ଦେଇଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ। ତେବେ ଆଝାରୁଦ୍ଦିନ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଅନ୍ୟ ଏକ କାର ଯୋଗେ ହୋଟେଲ ନିଆଯାଇଥିବା ସେ କହିଛନ୍ତି।