ରାଜନୀତିରେ ପାଦ ରଖିଲେ କ୍ରିକେଟର ଅମ୍ବାତି ରାୟୁଡୁ

ଅମରାବତୀ,୩୦।୬: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ତାଙ୍କ ଜୀବନର ନୂଆ ଇନିଂସ ଘୋଷଣା କରିଛନ୍ତି। ସେ ଖୁବ୍‌ଶୀଘ୍ର ଆନ୍ଧ୍ରପ୍ରଦେଶ ରାଜନୀତିରେ ପାଦ ରଖିବେ ବୋଲି ରାୟୁଡୁ କହିଛନ୍ତି। ରାୟୁଡୁ ଆଇପିଏଲ ୨୦୨୩ର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ ଏବଂ ପରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ରାୟୁଡୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଭୂମି ସ୍ତରକୁ ଆସିଛନ୍ତି।

ରିପୋର୍ଟ ଅନୁଯାୟୀ, ରାଇଡୁ ତାଙ୍କ ଜନ୍ମ ଜିଲା ଗୁଣ୍ଟୁରର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇଥିଲେ। ଗୁଣ୍ଟୁର ଗସ୍ତ ସମୟରେ ଜଣେ ସ୍ଥାନୀୟ ଖବରଦାତାଙ୍କ ସହ କଥାବାର୍ତ୍ତା କରି ରାୟୁଡୁ କହିଛନ୍ତି, ମୁଁ ଖୁବଶୀଘ୍ର ଆନ୍ଧ୍ରପ୍ରଦେଶର ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ପ୍ରବେଶ କରିବି। ଏହାପୂର୍ବରୁ ମୁଁ ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ପାଇଁ ନିଷ୍ପତ୍ତି ନେଇଛି।

Share