Categories: ଖେଳ

ଡବ୍ଲୁଟିଏସି ଫାଇନାଲ: ଟିମ୍‌ ଇଣ୍ଡିଆ ପାଇଁ ୧୨ ଖେଳାଳିଙ୍କୁ ଚୟନ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜୁନ୍‌ ୭ରେ ଲଣ୍ଡନର ଓଭାଲରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଡବ୍ଲୁଟିଏସି ଫାଇନାଲ ପାଇଁ ତାଙ୍କ ଭାରତୀୟ ଦଳ ଚୟନ କରିଛନ୍ତି। ସେ ଦଳରେ ୧୨ ଜଣ ଖେଳାଳିଙ୍କୁ ସାମିଲ କରିଛନ୍ତି ।

ରବି ଶାସ୍ତ୍ରୀଙ୍କ ଏହି ଦଳରେ କ୍ୟାପଟେନ ରୋହିତ ଶର୍ମା ଶୀର୍ଷରେ ଥିବା ବେଳେ ଶୁଭମାନ ଗିଲ ତାଙ୍କ ସହ ଦୁଇ ନମ୍ବରରେ ରହିଛନ୍ତି। ଅର୍ଥାତ୍‌ ଗିଲ ଏବଂ ରୋହିତ ଶର୍ମାଙ୍କୁ ଓପନିଙ୍ଗ୍‌ର ଦାୟିତ୍ୱ ଦିଆଯାଇଛି। ଏହା ପରେ ଚେତେଶ୍ୱର ପୂଜାରାଙ୍କୁ ତୃତୀୟରେ ରଖାଯାଇଛି। ଏହା ପରେ ବିରାଟ କୋହଲି ଅଛନ୍ତି। ଏଥି ସହିତ ଦୀର୍ଘ ସମୟ ପରେ ଫେରୁଥିବା ଅଜିଙ୍କ୍ୟ ରାହାନେ ପାଞ୍ଚ ନମ୍ବରରେ ଥିବା ବେଳେ ଇଶାନ କିଷାନ ଏବଂ କେ.ଏସ ଭରତଙ୍କୁ ଉଇକେଟ କିପର ଭାବରେ ଷଷ୍ଠ ସ୍ଥାନରେ ରଖିଛନ୍ତି। ଉଭୟଙ୍କ ମଧ୍ୟରୁ ଯେକୌଣସି ଖେଳାଳିଙ୍କୁ ଚୟନ କରାଯାଇପାରିବ।
ତା’ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସାତ ନମ୍ବର ଦାୟିତ୍ୱ ଦିଆଯାଇଛି। ସେହିପରି ପରେ ଅଷ୍ଟମ ନମ୍ବରରେ ଦ୍ରୁତ ବୋଲର ମହମ୍ମଦ ଶାମି, ନଅ ନମ୍ବରରେ ମହମ୍ମଦ ସିରାଜ ଏବଂ ଦଶ ନମ୍ବରରେ ଶାର୍ଦ୍ଦୁଲ ଠାକୁର ସ୍ଥାନ ପାଇଛନ୍ତି। ଏଥି ସହିତ ଦଳର ଷ୍ଟାର ସ୍ପିନର ଆର ଅଶ୍ୱିନ ୧୧ ନମ୍ବର ଏବଂ ଶେଷରେ ଉମେଶ ଯାଦବ ୧୨ ନମ୍ବରରେ ରହିଛନ୍ତି। ରବି ଶାସ୍ତ୍ରୀ ତାଙ୍କ ୧୨ ଖେଳାଳିଙ୍କ ଦଳରେ ଚାରି ଦ୍ରୁତ ବୋଲରଙ୍କ ସହିତ ୨ ସ୍ପିନରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିରେ ଉଭୟ ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଦଳର ଅଲରାଉଣ୍ଡର ଭାବରେ ନଜର ଆସିବେ। ଜାଡେଜାଙ୍କ ସହ ଅଶ୍ୱିନ ମଧ୍ୟ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରନ୍ତି।

Share