Categories: ଖେଳ

କ୍ଷେତ୍ରରେ ଆଖୁ ଚୋବାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଏବେ ଦଳରୁ ବିଦା ହୋଇଛନ୍ତି। କ୍ରିକେଟରୁ ଦୂରେଇ ଏବେ ସେ ଗାଁରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ ସେ ଗାଁରେ ଥିବା ଧାନ କ୍ଷେତକୁ ବୁଲି ଯାଇଛନ୍ତି। କେବଳ ଏତିକି ନୁହେଁ ବିଲରେ ଆଖୁ ଖାଉଥିବା ଫଟୋ ସେ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ସହ ଝିଅ ଏବଂ ସ୍ତ୍ରୀ ପ୍ରିୟଙ୍କା ମଧ୍ୟ ନଜର ଆସୁଛନ୍ତି। ଗତ ଅଗଷ୍ଟ ୧୫ରେ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହିଥିଲେ। ଏହାପରେ ତାଙ୍କୁ ଦର୍ଶକ ଆଇପିଏଲ୍‌ରେ ଦେଖିବାକୁ ଉତ୍ସୁକ ଥିଲେ। କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରି ଯାଇଥିଲେ। ଆଗକୁ ସେ ଜମ୍ମୁ-କଶ୍ମୀରରେ କ୍ରିକେଟ୍‌ ଟ୍ରେନିଂ ଦେବାକୁ ଇଚ୍ଛୁକ ଥିବା କହିଛନ୍ତି।

Share