Categories: ଜାତୀୟ

ଭାରତର ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୫।୮: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀ ବିମଳା ଶର୍ମାଙ୍କ ଶନିବାର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଗତ ଜୁନ୍‌ ମାସରେ ବିମଳା କରୋନା ଭାଇରସ୍‌କୁ ପରାସ୍ତ କରିଥିଲେ। ଜୁନ୍‌ ୬ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ୯ମ ରାଷ୍ଟ୍ରପତି ଭାବେ ଡକ୍ଟର ଶଙ୍କର ଦୟାଲ ଶର୍ମା ୧୯୯୨ରୁ ୧୯୯୭ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଭାରତର ୮ମ ଉପରାଷ୍ଟ୍ରପତି ଥିଲେ। ୧୯୯୯ରେ ସେ ଇହଲୀଳା ସମ୍ବରଣ କରିଥିଲେ।

Share