ମୁମ୍ବାଇ,୧୪ ।୧: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦି କରୋନା ପଜିଟିଭ ହେବା ପରେ ଏକ ସପ୍ତାହ ହେବ ୨୪ ଘଣ୍ଟା ଅକ୍ସିଜେନ ସପୋର୍ଟରେ ରହିଛନ୍ତି । ଏକ ସୋସିଆଲ ମିଡିଆ ପୋଷ୍ଟରେ ଲଳିତ ମୋଦି ଏହା କହିଛନ୍ତି । ସେ କହିଛନ୍ତି, ମୁଁ ୨ ସପ୍ତାହରେ ୨ ଥର କରୋନାରେ ପୀଡ଼ିତ ହୋଇଛି । ଏହାପରେ ମୋରେ ଭିଷଣ ନିମୋନିଆ ହୋଇଯାଇଛି । ଏହାସହ ସେ ତାଙ୍କର ଏକ ଫଟୋ ବି ଶେୟାର କରିଛନ୍ତି ।
ଶୁକ୍ରବାର ଅର୍ଥାତ୍ ୧୩ ଜାନୁୟାରୀରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲଳିତ ମୋଦି କହିଥିଲେ ତାଙ୍କୁ ଗତ ୨ ସପ୍ତାହ ମଧ୍ୟରେ ୨ ଥର କୋଭିଡ ସଂକ୍ରମିତ ହୋଇଛି । କୋଭିଡ ପରେ ତାଙ୍କୁ ନିମୋନିଆ ହୋଇଯାଇଛି । ୨ ସପ୍ତାହରେ ଡବଲ କୋଭିଡ ସହ ୩ ସପ୍ତାହ ଏକାନ୍ତବାସ, ଏହାସହ ଇନଫ୍ଲୁଏନଜା ଓ ଭିଷଣ ନିମୋନିଆ ଓ କିଛିଥର ପୁଣି ଫେରିବାର ଚେଷ୍ଟା । ଶେଷରେ ୨ ସୁପରଷ୍ଟାର ଡାକ୍ତର ଓ ୨ ପୁଅ, ଯେଉଁମାନେ ଲଣ୍ଡନରେ ମୋ ପାଇଁ ଏତେସବୁ କରିଛନ୍ତି । ଏହାସହ ଏୟାର ଆମ୍ବୁଲାନ୍ସରେ ଆଣିଛନ୍ତି ।