Categories: ଜାତୀୟ

ଉତ୍ତରପ୍ରଦେଶ ନିର୍ବାଚନ: ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଲଢିବେ ବାଧ୍ୟତାମୂଳକ ଅବସର ନେଇଥିବା ଆଇପିଏସ୍

ଲକ୍ଷ୍ନୌ,୧୪ ।୮: ଭାରତୀୟ ପୋଲିସ ସେବା(ଆଇପିଏସ୍‌)ର ପୂର୍ବତନ ଅଧିକାରୀ ଅମିତାଭ ଠାକୁର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ରଖୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଲଢିବେ ବୋଲି ଘୋଷଣା କରି ସାରିଲେଣି । ଉତ୍ତର ପ୍ରଦେଶ କ୍ୟାଡରର ଏହି ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ସମୟପୂର୍ବରୁ ସେବା ନିବୃତ୍ତ କରାଯାଇଥିଲା । ଠାକୁର ଶନିବାର ସୂଚନା ଦେଇଛନ୍ତି କି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ବିଧାନସଭା ନିର୍ବାଚନ ଲଢିବେ ଯୋଗୀ ଯେ କୌଣସି ଆସନରୁ ସେ ନିର୍ବାଚନ ଲଢନ୍ତୁନା କାହିଁକି । ଆଇପିଏସ୍ ଠାକୁର କହିଛନ୍ତି, ଯୋଗୀ ଆଦିତ୍ୟନାଥ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଅଲୋକତାନ୍ତ୍ରୀକ, ଅରାଜକତା, ଦମନକାରୀ, ଉତ୍ପିଡନାତ୍ମକ ତଥା ବିଭେଦକାରୀ କାର୍ଯ୍ୟ କରିଛନ୍ତି । ଏହାର ବିରୋଧରେ ଠାକୁର ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଲଢିବେ । ସୂଚନାଯୋଗ୍ୟ, ଗୃହ ମନ୍ତ୍ରଣାଳୟର ଏକ ନିର୍ଣ୍ଣୟକୁ ଅନୁପାଳନ କରି ମାର୍ଚ୍ଚ ୨୩ରେ ଆଇପିଏସ୍ ଅମିତାଭ ଠାକୁରଙ୍କୁ ସମୟ ପୂର୍ବରୁ ବା ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ସେଥିରେ କୁହାଯାଇଥିଲା କି ଶେଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପଦବୀରେ ରଖିବା ଲାଗି ସେ ଅନୁପଯୁକ୍ତ । ଏହା ଦର୍ଶାଇ ସମୟପୂର୍ବରୁ ତାଙ୍କୁ ଅବସର ଦିଆଯାଇଥିଲା ।

Share