Advertisement

କଂଗ୍ରେସକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ସଚିନ ପାଇଲଟଙ୍କ ସମର୍ଥକ

ଜୟପୁର,୨୮।୧୦: ରାଜସ୍ଥାନରେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଜୟପୁରର ପୂର୍ବତନ ମେୟର ଜ୍ୟୋତି ଖଣ୍ଡେଲଓ୍ବାଲ ଭାଜପାରେ ସାମିଲ ହୋଇଛନ୍ତି। ଦଳ ପକ୍ଷରୁ ଟିକେଟ ନ ମିଳିବାକୁ ନେଇ ଜ୍ୟୋତି ଅସନ୍ତୁଷ୍ଟ ରହିଥିଲେ। ଏହାକୁ ନେଇ ସେ ଭାଜପାରେ ସାମିଲ ହୋଇଥିବା କୁହାଯାଉଛି।

ପ୍ରକାଶ ଯେ, ଜ୍ୟୋତି ସଚିନ ପାଇଲଟଙ୍କ ସମର୍ଥକ ଥିଲେ। ସେ ଜୟପୁରରେ ମେୟର ଭାବେ କାର୍ଯ୍ୟ ତୁଲାଇଛନ୍ତି। ଏହାଛଡ଼ା ସେ କଂଗ୍ରେସ ଟିକେଟରୁ ଲୋକ ସଭା ନିର୍ବାଚନରେ ମଧ୍ୟ ଛିଡ଼ା ହୋଇଛନ୍ତି। ଏଣୁ କହିବାକୁ ଗଲେ କଂଗ୍ରେସର ବଡ଼ ଚେହେରା ଏବେ ଭାଜପା ହାତ ଧରିଥିବାରୁ ରାଜନୀତି ସରଗରମ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share