ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜଳେଶ୍ୱର,୨୦।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିଲେ। ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଜୟନାରାୟଣ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୯ରେ ସେ ଭାଜପାରେ ସାମିଲ ହୋଇଥିଲେ। ଜଳେଶ୍ୱର ନିର୍ବାଚନମଣ୍ଡଳୀରୁ ସେ ଭାଜପାର ପ୍ରାର୍ଥୀ ହୋଇଥିଲେ। ଏବେ ତାଙ୍କର ପରଲୋକ ଖବର ଜଣାପଡ଼ିବା ପରେ ଜଳେଶ୍ୱର ନିର୍ବାଚନମଣ୍ଡଳୀର ଲୋକେ ଶୋକ ପ୍ରକାଶ କରିଛନ୍ତି।

Share