Categories: ଜାତୀୟ

ପାସପୋର୍ଟରେ ମା’ଙ୍କ ନାଁ ବଦଳାଇବାକୁ ଚାହୁଛନ୍ତି ମେହେବୁବାଙ୍କ ଝିଅ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତିଙ୍କ ସାନ ଝିଅ ଏବେ ପାସପୋର୍ଟରେ ମା’ ମେହେବୁବାଙ୍କ ନାଁରେ ପରିବର୍ତ୍ତନ ଚାହୁଁଛନ୍ତି। ଏଥିପାଇଁ ସେ ଏକ ନୋଟିସ ଜାରି କରିଛନ୍ତି। ଏଥିରେ ଯଦି କାହାର କିଛି ଆପତ୍ତି ରହିଛି ତେବେ ୭ ଦିନ ଭିତରେ ଜଣାଇବାକୁ ସେ କହିଛନ୍ତି। ସେ କହିଛନ୍ତି ପାସପୋର୍ଟରେ ମେହେବୁବା ମୁଫତିଙ୍କ ନାଁ ପରିବର୍ତ୍ତନ କରାଯାଇ ମେହେବୁବା ସୟଦ କରାଯାଉ। ମେହେବୁବାଙ୍କର ଦୁଇଝିଅ ଇରତିଫା ଓ ଇଲତିଜା ରହିଛନ୍ତି। ବଡଝିଅ ମେହେବୁବାଙ୍କ ପଦାଙ୍କ ଅନୁସରଣ କରୁଥିବା ବେଳେ ସାନଝିଅ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ତେଣୁ ବଡଝିଅ ମୁଫତି ସରନେମ ରଖିଥିବା ବେଳେ ଏବେ ସାନଝିଅ ସୟଦ ସରନେମ ରଖିବାକୁ ଚିନ୍ତା କରିଥିବା ପ୍ରକାଶ କରିଛନ୍ତି।

Share