ସିଞ୍ଜୋ ଆବେଙ୍କୁ ଗୁଳିମାଡ଼

ଟୋକିଓ,୮ା୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଛି। ଜାପାନର ନାରା ସହରରେ ତାଙ୍କୁ ଏହି ଗୁଳିମାଡ଼ ହୋଇଛି। ସେ ଏକ ମଞ୍ଚରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଜାପାନର ସ୍ଥାନୀୟ ସମୟ ଅନୁସାରେ ସିଞ୍ଜୋଙ୍କୁ ପୂର୍ବାହ୍ନ ୧୧.୩୦ରେ ଆକ୍ରମଣ ହୋଇଛି। ତାଙ୍କ ପଛପଟରୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆସି ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ସିଞ୍ଜୋ ଅନେକ ଥର ଭାରତ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା।

Share