ବେଙ୍ଗାଲୁରୁ,୧୬।୧୧: କର୍ନାଟକରେ ପୂର୍ବତନ ଜେଡିଏସ ନେତା ମଲ୍ଲିକାର୍ଜୁନ ମୁଥିଆଲଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ମୁଥିଆଲ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥିରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ମଧ୍ୟ ଯୋଗ ଦେଇଥିଲେ। ମୁଥିଆଲ କର୍ନାଟକର କାଲାବୁରାଗି ଜିଲାର ଥିଲେ। ସେ କିଛି ଦିନ ପରେ ଭାଜପାରେ ଯୋଗ ଦେଇଥାନ୍ତେ।
ପୋଲିସର ସୂଚନାନୁସାରେ, ତାଙ୍କ ଦୋକାନରୁ ମୁଥିଆଲଙ୍କ ମୃତଦେହ ମିଳିଥିଲା। ତାଙ୍କ ପ୍ରାଇଭେଟ୍ ପାର୍ଟରେ କ୍ଷତ ଚିହ୍ନ ରହିଛି। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁଥିଆଲଙ୍କ ପୁଅ ଭେଙ୍କଟେଶ କହିଛନ୍ତି, ପ୍ରଥମ ଚୋରି ଘଟଣା ପରଠାରୁ ମୋ ବାପା ଦୋକାନରେ ଶୋଉଥିଲେ। ମୋର ସନ୍ଦେହ ହେଉଛି ଏହା ଚୋରି ମାମଲା ହୋଇପାରେ। ସେମାନେ ମୋ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଟଙ୍କା ଲୁଟି ନେଇଥିଲେ।