Categories: ଜାତୀୟ

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି ମୋ ନିକଟରେ କରୋନାର ପ୍ରଥମ ଲକ୍ଷଣ ଦେଖାଯିବାରୁ ମୁଁ ଟେଷ୍ଟ କରିବା ପରେ ମୋର ରିପୋର୍ଟ ପଜିଟିଭ ଆସିଛି । ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ମୋତେ ଶୀଘ୍ର ସୁସ୍ଥ କରିବ ବୋଲି ସେ ଲେଖିଛନ୍ତି । ମୁଁ ଶୀଘ୍ର ସୁସ୍ଥ ହୋଇ ଆସିବା ପରେ ପୁଣିଥରେ ଜନସେବାରେ ଲାଗିବି ବୋଲି ସେ ଲେଖିଛନ୍ତି । ଏହାସହ ନିକଟରେ ତା’ଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସମସ୍ତେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ମାରରାଣ୍ଡିଙ୍କ କରୋନା ରିପୋର୍ଟ ପଜିଟିଭ ଜଣାପଡିବା ପରେ ଏବେ ତାଙ୍କର ସମସ୍ତ ଗସ୍ତକୁ ବାତିଲ କରାଯାଇଛି ।

Share