ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ ହାଜର ହେବା ନେଇ ଜଣାପଡ଼ିଛି । ୟେଦୁରପ୍ପାଙ୍କ ଉପରେ ଜଣେ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ନେଇ ଅଭିଯୋଗ ରହିଛି । ନାବାଳିକାଙ୍କ ମାଆ ପକ୍ସୋ ଧାରା ଅନୁଯାୟୀ ତାଙ୍କ ନାମରେ ଏହି ମାମଲା ରୁଜୁ କରିଥିଲେ ।

ଚଳିତ ଜୁନ୍‌ ୧୧ ତାରିଖରେ ବେଙ୍ଗାଲୁରୁର ଏକ ଅଦାଲତ ଏହି ପୋକ୍ସୋ ମାମଲାରେ ବିଏସ୍‌ ୟେଦୁରପ୍ପାଙ୍କ ବିରୋଧରେ ଜାମିନ୍‌ ବିହୀନ ୱାରେଣ୍ଟ ଜାରି କରିଥିଲେ । ତେବେ ଏହି ମାମଲାକୁ ନେଇ ୟେଦୁରପ୍ପା ୧୭ ଜୁନ୍‌ରେ ସିଆଇଡି ସାମ୍ନାରେ ହାଜର ହେବା ନେଇ କହିଥିଲେ ।

ସୂଚନା ଥାଉକି, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଫେରିବା ପରେ ହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁରୁବାର ଦିନ, ପୋକ୍ସୋ ଅଧିନିୟମ ଅନୁଯାୟୀ ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭାଜପା ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି । କଂଗ୍ରେସ ନେତା ବି ନାଗେନ୍ଦ୍ରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରୁ ଧ୍ୟାନ ହଟାଇବା ପାଇଁ ଏହି ମାମଲା ହୋଇଥିବା ଭଜାପା ପ୍ରତିକ୍ରିୟାରେ କହିଛି।

ତେବେ ପୀଡିତାଙ୍କ ମାଆ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫେବୃଆରୀ ୨ ରେ ଏକ ବୈଠକରେ ଏହି ଘଟଣା ଘଟିଥିଲା। ୟେଦୁରପ୍ପା କହିଥିଲେ ଯେ କିଛି ଦିନ ପୂର୍ବରୁ ଜଣେ ମହିଳା ତାଙ୍କ ଘରକୁ ଆସିଥିଲେ। ସେ କାନ୍ଦୁଥିଲେ ଏବଂ କିଛି ସମସ୍ୟା ଅଛି ବୋଲି କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଲି ଏବଂ ନିଜେ ପୋଲିସକୁ ଡାକିଲି। ଏ ବିଷୟରେ କମିଶନରଙ୍କୁ ଅବଗତ କରାଇ ତାଙ୍କୁ ସାହାଯ୍ୟ କରିବାକୁ କହିଲି। ପରେ ମହିଳା ଜଣକ ମୋ ବିରୋଧରେ କହିବା ଆରମ୍ଭ କଲେ। ମୁଁ ପୋଲିସ କମିଶନରଙ୍କୁ ଏସମ଼୍ବନ୍ଧରେ ଜଣାଇଥିଲି। ଏହି ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri