କର୍ନାଟକ,୨୩।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜ୍ୱର ହୋଇଥିବାରୁ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ସୂଚନାନୁଯାୟୀ, ଏଚ ଡି କୁମାରସ୍ବାମୀଙ୍କୁ ୨୨ଏପ୍ରିଲ ସାରେ ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଡକ୍ଟର ସତ୍ୟନାରାୟଣ ମୈଶୁରଙ୍କ ଅଧୀନ ବର୍ତ୍ତମାନ ସେ ଚିକିତ୍ସା ହେଉଛନ୍ତି।