ନୂଆଦିଲ୍ଲୀ,୧।୨: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ମୋରାରଜୀ ଦେଶାଇ ସରକାରରେ ୧୯୭୭ରୁ ୧୯୭୯ ସେ କେନ୍ଦ୍ରରେ ଆଇନମନ୍ତ୍ରୀ ଥିଲେ। ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ଜଣେ ଆଇନଜୀବୀ ଏବଂ ସାମାଜିକ କର୍ମୀ। ରାମ ମନୋହର ଲୋହିଆଙ୍କ ଏସ୍ଏସ୍ପି ଦଳର ନେତା ରାଜ ନାରାୟଣଙ୍କ ପାଇଁ ଶାନ୍ତି ଭୂଷଣ ଆଲ୍ଲାହାବାଦ ହାଇକୋର୍ଟରେ ଏକ ମାମଲା ଲଢ଼ିଥିଲେ, ଯେଉଁଥି ପାଇଁ ୧୯୭୫ ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଥିଲା।