Categories: ଜାତୀୟ

ଆହତ ହେଲେ ସୁମିତ୍ରା ମହାଜନ

ଇନ୍ଦୋର,୧୬।୧୦: ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ଇନ୍ଦୋରସ୍ଥିତ ନିଜ ଘରେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସୋମବାର ସୁମିତ୍ରା ମହାଜନଙ୍କ ସିଟି ସ୍କାନ ମଧ୍ୟ କରାଯାଇଛି।

ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ଶନିବାର ଆମେରିକାରୁ ଫେରିଥିଲେ। ମିଳିଥିବା ସୂଚନାନୁଯାୟୀ, ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ପରିବାର ସଦସ୍ୟ କହିଛନ୍ତି , ଶନିବାର ସକାଳେ ସୁମିତ୍ରା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଏକ କାର୍ଯ୍ୟକ୍ରମରୁ ଫେରିଥିଲେ। ତା’ପରେ ସବୁଥର ପରି ସେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାକୁ ଯାଉଥିବା ବେଳେ ସେ ତଳେ ପଡ଼ିଯାଇଥିଲେ। ପଡ଼ିବାର ଶବ୍ଦ ଏବଂ ଚିତ୍କାର ଶୁଣି ତାଙ୍କ ପୁଅ ମିଲିନ୍ଦ ତଳକୁ ଆସି ଦେଖିଲେ ଯେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କୁ ଅବଜରଭେଶନରେ ସନ୍ଧ୍ୟା ପର୍ଯ୍ୟନ୍ତ ରଖାଯାଇଥିଲା। ତା’ ପରେ ସେ ଘରକୁ ଆସିଥିଲେ। ସୋମବାର ସୁମିତ୍ରାଙ୍କ ସିଟି ସ୍କାନ କରାଯାଇଛି।

Share