ମୁମ୍ବାଇ,୨୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍ସିପି ନେତା ଅନୀଲ ଦେଶମୁଖ ଶୁକ୍ରବାର ହଠାତ୍ ଜେଲ୍ରେ ଅଚେତ୍ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ବୋଲି ଅର୍ଥର ରୋଡର ଜେଲ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୯ମାସରୁ ଅନୀଲ ଦେଶମୁଖ ଅର୍ଥର ରୋଡ ଜେଲ୍ରେ ବନ୍ଦୀ ଅଛନ୍ତି।