Advertisement

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ

କୁଆଲା ଲୁମ୍ପୁର,୨୯।୭: ମାଲେସିଆର ଏକ କୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ୍‌ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ ସହ ୪୯.୪୦ ନିୟୁତ ଡଲାର ଜରିମାନାଦେଶ ଶୁଣାଇଛନ୍ତି। ରାଜକୋଷର ବହୁକୋଟି ଟଙ୍କା ଆର୍ଥିକ ଦୁର୍ନୀତି ମାମଲାରେ ସେ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ମନିଲଣ୍ଡରିଂ କରି ସେ ମାଲେସିଆ ଡେଭେଲପ୍‌ମେଣ୍ଟ ବର୍‌ହାଡ ୟୁନିଟ୍‌ ଏସ୍‌ଆର୍‌ସି ଇଣ୍ଟରନ୍ୟାଶନାଲଠାରୁ ବେଆଇନ ଭାବେ ପ୍ରାୟ ୧୦ ନିୟୁତ ଡଲାର ଗ୍ରହଣ କରିଥିଲେ। ତାଙ୍କ ବିରୋଧରେ ୩ ଗୁରୁତର ଅଭିଯୋଗ ଆସିଥିଲା। ପ୍ରକାଶଥାଉ କି, ନଜିବ୍‌ଙ୍କୁ ୨୦୧୮ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା। ଏହା ପରେ ତାଙ୍କ ବିରୋଧରେ ୧୨ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share