ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ଅଟୋମୋବାଇଲ ଡିଲରଙ୍କର ନାମରେ ବିଭିନ୍ନ ବ୍ୟାଙ୍କରେ ତାଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ଋଣ ଦେବା ନାଁରେ ବ୍ୟାଙ୍କରୁ ୧.୦୯ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରିଛି । ସେ ହେଲେ ପଳାଶପଲ୍ଲୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ମ୍ୟାନେଜର ସ୍ବୟଂ ପ୍ରକାଶ ପରିଡ଼ା। ସେ ଦୀର୍ଘଦିନ ଧରି ଫେରାର ଥିଲେ। କଟକ ସିଡିଏ ଅଞ୍ଚଳରୁ ତାଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share