ସୋନପୁର/ଅମରପାଲି,୧୮।୫(ନି.ପ୍ର./ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାର୍ତ୍ତିକ ପ୍ରସାଦ ତରିଆଙ୍କ ସୋମବାର ରାତିରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ହାଇଦ୍ରାବାଦ୍ରେ ରହି ସେ ଚିକିତ୍ସିତ ହେଉଥିଲେ। ୭ଦିନ ପୂର୍ବରୁ ବୁର୍ଲା ସ୍ଥିତ ଝିଅଘରକୁ ଫେରିଥିଲେ। ତରିଆ ୧୯୮୫ରେ ବୀରମହାରାଜପୁର ସଂରକ୍ଷିତ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ହେମାନନ୍ଦ ବିଶ୍ୱାଳଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ମାତ୍ର ୬ ମାସ ପାଇଁ କୃଷି ଓ ସମବାୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । କାର୍ତ୍ତିକ ଏବେ କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ସଭାପତି ଓ ବୀରମହାରାଜପୁର ଉପଖଣ୍ଡ ଓକିଲ ସଂଘର ସଭାପତିଭାବେ କାର୍ଯ୍ୟ କରୁଥିଲେ। ଜଣେ ଦକ୍ଷ ରାଜନେତା ଓ ଆଇନଜୀବୀ ଭାବରେ ତାଙ୍କର ଖ୍ୟାତି ଥିଲା।