ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ା, ପରିସ୍ରା ହେବାରେ ସମସ୍ୟା ରହଛି। ତେବେ ଚିକିତ୍ସା ଚାଲିଥିବାବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସିଡିଏମ୍ଓ ଆର୍ତ୍ତବନ୍ଧୁ ନାୟକ ସୂଚନା ନେଇଛନ୍ତି।