Categories: ଜାତୀୟ

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ରାଜନୀତିରୁ ନେଲେ ଅବସର…

ମୁମ୍ବାଇ,୨୫।୧୦ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର, ମହାରାଷ୍ଟ୍ରର ସୋଲାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ଶିନ୍ଦେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।

ଅବସର ଘୋଷଣା କରିବାବେଳେ ଶିନ୍ଦେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଝିଅ ପ୍ରଣୀତ  ଶିନ୍ଦେଙ୍କୁ ଦେଇଛନ୍ତି, ଯିଏ ସୋଲାପୁର ସିଟି କେନ୍ଦ୍ରୀୟ ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇଛନ୍ତି। ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ମୋ ଝିଅ ପ୍ରଣୀତି ଶିନ୍ଦେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଁ ତାଙ୍କ ସମର୍ଥନ ପାଇଁ ଯେଉଁଠାରେ ଆବଶ୍ୟକ ହେବ ସେଠାରେ ଉପସ୍ଥିତ ରହିବି ।

Share