Categories: ଜାତୀୟ

କଂଗ୍ରେସକୁ ଫେରିବେ ପଞ୍ଜାବର ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୪।୧୦: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ରାଜ କୁମାର ଭେର୍କା ପୁଣି ପୁରୁଣା ଦଳକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୨ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ଭେର୍କା ହାତ ଛାଡି ପଦ୍ମ ଧରିଥିଲେ। ସେ କହିଛନ୍ତି, ଅନେକ ଦିନ ଚିନ୍ତା କରିବା ପରେ ଭାଜପା ଛାଡ଼ୁଛି। କଂଗ୍ରେସ ଦଳରେ ଯୋଗଦେବାକୁ ଯୋଜନା କରୁଛି। ଆଉ ଏଥିନେଇ ଦିଲ୍ଲୀ ଯାଉଛି। ଭେର୍କାଙ୍କ କଂଗ୍ରେସରେ ଯୋଗଦାନ ସମ୍ପର୍କରେ ପଞ୍ଜାବ ଭାଜପା ମୁଖପାତ୍ର ଅନିଲ ସରିନ କହିଛନ୍ତି ଏହା ଦୁର୍ଭାଗ୍ୟଜନକ। ଯେତେବେଳେ ସେ ଭାଜପାରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ ସମ୍ମାନ ଦିଆଯାଇଥିଲା।

Share