ଯୁଦ୍ଧରେ ଯୋଗଦେଲେ ମିସ୍‌ ୟୁକ୍ରେନ

କ୍ୱିଭ,୨୮।୨: ରୁଷିଆ ଆକ୍ରମଣରୁ ଦେଶକୁ ସୁରକ୍ଷା ଦେବା ପାଇଁ ଅସ୍ତ୍ର ଧରିଛନ୍ତି ପୂର୍ବତନ ମିସ୍‌ ୟୁକ୍ରେନ ଆନାସ୍ତାସିଆ ଲେନ୍ନା। ୨୦୧୫ରେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ ବ୍ୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ଲେନ୍ନା ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି।

“ଆକ୍ରମଣ ଉଦ୍ଦେଶ୍ୟ ନେଇ ୟୁକ୍ରେନ ସୀମା ମଧ୍ୟକୁ ପଶି ଆସିଥିବା ପ୍ରତ୍ୟେକଙ୍କୁ ହତ୍ୟା କରାଯିବ” ବୋଲି ପୂର୍ବତନ ବ୍ୟୁଟି କୁଇନ ଶନିବାର ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ହାତରେ ଆସଲ୍ଟ ରାଇଫଲ ଥିବା ଦେଖିବାକୁ ମିଳୁଛି।

ପୂର୍ବରୁ ଆନାସ୍ତାସିଆ ଲେନ୍ନା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସମର୍ଥନରେ ଏକ ପୋଷ୍ଟ ଶେୟାର କରିଥିଲେ। ସେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସୈନ୍ୟ ଚାଲୁଥିବା ବେଳେର ଫଟୋ ଶେୟାର କରି ଲେଖିଥିଲେ, “ସଚ୍ଚୋଟ ଏବଂ ଶକ୍ତିଶାଳୀ ନେତା”।

Share