କଂଗ୍ରେସ ଛାଡ଼ିବେ ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି

ସୁନ୍ଦରଗଡ,୬।୧୨(ଡି.ଏନ୍‌.ଏ.): କଂଗ୍ରେସର ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ଦଳ ଛାଡିବେ। ଏ ନେଇ ଡା ମାଝି ଧରିତ୍ରୀ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ଏଭଳି ସୂଚନା ଦେଇଛନ୍ତି। ତିନିଥର ଲଗାତର ଭାବେ ତଳସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ଭବାନୀ ଶଙ୍କର ମାଝିଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ନ ଯାଇ ଅଣଦେଖା କରାଯାଉଥିବା ସେ କହିଛନ୍ତି। ସେ ସୋମବାର ଦଳରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବେ। ଏ ନେଇ ସେ ଖବରଦାତା ସମ୍ମିଳନୀରେ ସେ ଘୋଷଣା କରିବେ। ସେ ବିଜେଡିରେ ଆସନ୍ତା ୧୦ ତାରିଖରେ ଭୁବନେଶ୍ବର ଠାରେ ଯୋଗଦାନ କରିବେ ବୋଲି କହିଛନ୍ତି।