ଚାଷୀନେତାଙ୍କ ସପକ୍ଷରେ ପୂର୍ବତନ ବିଧାୟକ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ): କୃଷି ଓ କୃଷକଙ୍କ ହକ ପାଇଁ ଲଢୁଥିବା ଚାଷୀନେତା ରମେଶ ମହାପାତ୍ରଙ୍କ ବାସଭବନରେ ରବିବାର ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି ତାଙ୍କୁ ନୈତିକ ସମର୍ଥନ ଜଣାଇଛନ୍ତି ।

ଏହି ଅବସରରେ ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଓ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃଷକମାନଙ୍କ ହକ ପାଇଁ ଲଢେଇ କରିଥିବା ଚାଷୀ ନେତାଙ୍କ ବରୋଧରେ ବିଭିନ୍ନ ଅପରାଧିକ ମାମଲା ଦାୟର କରାଯାଇ ଆନ୍ଦୋଳନକୁ ଚପାଇ ଦେବାର ଉଦ୍ୟମକୁ ଦୃଢ଼ ନିନ୍ଦା କରିଥିଲେ।

ପୂର୍ବତନ ବିଧାୟକ ଆଚାର୍ଯ୍ୟ ଚାଷୀନେତା ମହାପାତ୍ରଙ୍କ ନାମରେ ଲଗାଯାଇଥିବା ବିଭିନ୍ନ ଅପରାଧିକ ଦଫା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ଜନସାଧାରଣଙ୍କ ହକ ପାଇଁ ସ୍ବର ଉତ୍ତୋଳନ କରିବାର ପୂର୍ଣ୍ଣ ଅଧିକାର ରହିଛି। ଜନ ଆନ୍ଦୋଳନକୁ ଚପାଇ ଦେବା ପାଇଁ ଚାଷୀନେତା ମହାପାତ୍ରଙ୍କୁ ଜଣେ ବୃତ୍ତିଗତ ଅପରାଧୀ ଭଳି ଚିତ୍ରିତ କରି ତାଙ୍କ ନାମରେ ଦଫା ଲଗାଯିବା ଘଟଣା ଦୁର୍ଭାଗ୍ୟ ଜନକ ।

ସ୍ମାର୍ଟ ମିଟର ବାବଦରେ ସରକାର ତୁରନ୍ତ ସ୍ପଷ୍ଟିକରଣ ଦେଇ ଜନ ସାଧାରଣଙ୍କ ବିଶ୍ବାସ ଭାଜନ ହେବା ଉଚିତ ଓ ନିର୍ବାଚନ ସମୟରେ ୩ ଶହ ୟୁନିଟ ବିଜୁଳି ମାଗଣା ଦେବା କଥା କହି କ୍ଷମତାକୁ ଆସିଥିବା ଭାଜପା ସରକାର ତୁରନ୍ତ ନିଜ ପ୍ରତିଶ୍ରୁତି ପୁରଣ କରନ୍ତୁ ଓ ଚାଷୀ ନେତା ମହାପାତ୍ରଙ୍କ ନାମରେ ଲଗାଯାଇଥିବା ସମସ୍ତ ଅପରାଧିକ ଦଫା ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନ ହେଲେ ଆଗାମୀ ଦିନରେ
ବିଜେଡି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Share