ପଦ୍ମ ଧରିଲେ ପୂର୍ବତନ ବିଧାୟକ, କହିଲେ-କୋଟିଏ ଟଙ୍କାର ଲୋଭ ଦେଖାଉଛି ବିଜେଡି

ଭୁବନେଶ୍ୱର,୧୨।୪: ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା।
ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ଭାଜପାରେ ମିଶିଛନ୍ତି। ଭାଜପାରେ ଯୋଗ ଦେଇସାରିବା ପରେ କୈଳାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ୍‌ ଘୋଷଣାକୁ ନେଇ ନିରାଶ ଥିଲି। ପ୍ରତିଶ୍ରୁତି ଦେଇ ବିଜେଡି ବିଶ୍ବାସଘାତକତା କରିଛି। ଲକ୍ଷ୍ମୀପୁରରୁ ଟିକେଟ୍‌ ଦେବାକୁ ପ୍ରତିଶ୍ରୁତି ଦେଇ ଦଳରେ ମିଶାଇ ଥିଲେ। ହେଲେ ଟିକେଟ୍‌ ନ ଦେଇ ସରକାର ଗଠନ ପରେ ଏସ୍‌ଡିସି ଦେବେ କହୁଛନ୍ତି। ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକେ ପ୍ରତିଶୋଧ ନେବେ। ସେ କହିଛନ୍ତି, ଭାଜପା ମୋ ସହ ଯୋଗାଯୋଗ କରିବା ପରେ ଦଳରେ ମିଶିଛି।

Share