Categories: ଜାତୀୟ

ନୀତୀଶଙ୍କ ହାତ ଛାଡ଼ିଲେ ଲଲନ ପାଶୱାନ

ପାଟନା,୧୨।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳକୁ ଆଉ ଏକ ଝଟକା ଲାଗିଛି। କିଛି ଦିନ ପୂର୍ବରୁ ରଣବୀର ନନ୍ଦନ ଦଳରୁ ଇସ୍ତଫା ଦେଇଥିବାବେଳେ ବର୍ତ୍ତମାନ ଜେଡିୟୁ ପ୍ରଦେଶ ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଲଲନ ପାଶୱାନ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେବାର କାରଣ ମଧ୍ୟ ଲଲନ ପାଶୱାନ ଦେଇଛନ୍ତି। ସେ ଏକ ପତ୍ର ଜାରି କରି କହିଛନ୍ତି, ବିହାରରେ ଆତଙ୍କବାଦ ଏବଂ ଗୁଣ୍ଡାରାଜ ପ୍ରତିଷ୍ଠା କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହିତ ଆପୋଷ ବୁଝାମଣା ପରେ ଦଳିତଙ୍କ ହତ୍ୟା, ବଳାତ୍କାର ଏବଂ ନିର୍ଯାତନା ଘଟଣାରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହା ପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି।

 

Share