ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଶୀକେଷ ନାଏକ ବିଜେଡି ଛାଡ଼ିଥିବା କହିଛନ୍ତି। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ସୁପ୍ରିମୋଙ୍କୁ ପୋଷ୍ଟାଲ ଯୋଗେ ରେଜେଷ୍ଟ୍ରି କରି ଇସ୍ତଫା ଦେଇଥିବା କହିଛନ୍ତି। ୨୦୨୦ ସାଧାରଣ ନିର୍ବାଚନରେ ତାଙ୍କୁ ଦଳ ତରଫରୁ ଏମ୍‌ପି ଟିକେଟ ଦିଆ ଯିବାର ପ୍ରତିଶ୍ରୁତି ପରେ ଟିକେଟ ଦିଆଯାଇ ନ ଥିଲା। ଏହାପରେ ତାଙ୍କୁ ରାଜ୍ୟସଭାକୁ ପଠାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଦଳ ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଲୋଡ଼ା କରିବାରୁ ସେ ଦଳରେ ମୁଁ ଆଉ ରହି କ’ଣ କରିବି ବୋଲି କ୍ଷୋଭର ସହ କହିଛନ୍ତି। ପୂର୍ବରୁ ସେ ଭାଜପାରେ ଯୋଗ ଦେବେ ବୋଲି କଳ୍ପନା ଜଳ୍ପନା ହେଉଥିଲା। ତେବେ ଏବେ ସେ କୌଣସି ଦଳରେ ଯୋଗ ଦେବାର ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି। ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମୁଁ ଏବେ ବି ସକ୍ରିୟ ରାଜନୀତିରେ ଅଛି ବୋଲି କହିଛନ୍ତି। ତେବେ ନିର୍ବାଚନ ସାଧାରଣ ବର୍ଷକ ପୂର୍ବରୁ ପାଟଣା ରାଜନୀତିରେ ବିଜେଡି ଓ ଭାଜପା ପକ୍ଷରୁ ରାଜନୈତିକ ଗତିବିଧିରେ ତତ୍ପରତା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଶିକ୍ଷକତା ଛାଡ଼ି ଶ୍ରୀ ନାଏକ ୧୯୮୦ରେ ଲୋକ ଦଳ ଟିକେଟରୁ ପାଟଣା ବିଧାୟକ ହୋଇଥିଲେ। ୧୯ ୮୫ ଓ ୯୫ରେ ୨ ଥର କଂଗ୍ରେସ ଟିକେଟରୁ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୪ରେ କଂଗ୍ରେସରୁ ଟିକେଟ ନ ପାଇ ସ୍ବାଧୀନ ଭାବେ ଲଢ଼ି ପରାଜୟ ବରଣ କରିଥିଲେ। ୨୦୦୬ରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବା ପରେ କ୍ରମାଗତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ପାଟଣା ନିର୍ବାଚନ ମଣ୍ଡଳୀ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଜାଗାରେ ଦଳରେ ତତ୍କାଳୀନ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ଯୁବନେତା ଜଗନ୍ନାଥ ନାଏକଧ୍‌ଙ୍କୁ ବିଜେଡି ଟିକେଟ ଦେଇଥିଲା। ଜଗନ୍ନାଥ ବିଧାୟକ ଭାବେ ନିର୍ବାଚିତ ହୋଇ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭଳି ଗୁରୁଦାୟିତ୍ୱରେ ରହିବା ପରେ ହୃଷୀକେଶଙ୍କ ପତିଆରା କମିବାରେ ଲାଗିଥିଲା। ଏହାପରେ ହୃଷୀକେଶଙ୍କୁ ଗତ ୪ ବର୍ଷ ଭିତରେ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର ଦେଖାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

ରକ୍ତରେ ଖେଳିଲେ ହୋଲି: ଗୋଟିଏ ଦିନରେ ଗଡ଼ିଲା ୬ ମୁଣ୍ଡ

ଭୁବନେଶ୍ୱର,୧୬।୩: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image