ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ୍ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ କୋର୍ଟଙ୍କ ପ୍ରଦୀପ ପାଣିଗ୍ରାହୀ। ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ବର୍ତ୍ତମାନ ଜାମିନରେ ଅଛନ୍ତି।
ଉଭୟ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀ ମିଥ୍ୟା ଦଲିଲ ସହାୟତାରେ ତାଙ୍କୁ ଗିରଫ କରିଥିଲେ। ଏହା ସହିତ ମାନ୍ୟବର ଓ ହାଇକୋର୍ଟଙ୍କ ମିଥ୍ୟା ନିର୍ଦ୍ଦେଶନାମା ସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲୋକାୟୁକ୍ତ ସଦସ୍ୟ । ଏହାକୁ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀ ଏବଂ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏକ ପ୍ରେସ୍ମିଟ୍ କରିଛନ୍ତି।