ପରଲୋକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂ

କଟକ ଅଫିସ,୨୭।୭: ବିଶିଷ୍ଟ ଶ୍ରମିକ ନେତା ତଥା କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ ହୋଇଛି। ସୂଚନାଯୋଗ୍ୟ, ରାଜେନ୍ଦ୍ର ପ୍ରସାଦ ୧୯୯୦ରୁ ୧୯୯୫ପର୍ଯ୍ୟନ୍ତ ସେ ଜନତା ଦଳର ପ୍ରାର୍ଥୀ ଭାବେ କଟକ ସଦର ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ବିଜୁ ଜନତା ଦଳ ରାଜ୍ୟ ଶ୍ରମିକ ସାମ୍ମୁଖ୍ୟର ସଭାପତି ତଥା ଅଖିଳ ଭାରତୀୟ ହିନ୍ଦ ମଜଦୁର ସଭାର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ।

Share