ଭଞ୍ଜନଗର,୨୫।୫(ଡି.ଏନ୍.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଛି। ସେ୧୯୮୫ରୁ୧୯୯୦ ପର୍ଯ୍ୟନ୍ତ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ । ଏହି ସମୟରେ ସେ ବିଭିନ୍ନ ବୋର୍ଡର ଚେୟାରମ୍ୟାନ ଥିଲେ । ଉମାକାନ୍ତ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଜ୍ୱାଇଁ ଅଟନ୍ତି । ତାଙ୍କର ବିୟୋଗରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାର ଆସୋସିଏଶନ ସଭାପତି ସନ୍ତୋଷ ନାୟକ, ଜିଲା ବିଜେଡ଼ି ଉପ ସଭାପତି ରାଜେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।