Categories: ଫୁରସତ

୧୭ ବର୍ଷ ଧରି ନିଜର ପରିସ୍ରା ପିଉଛନ୍ତି ଏହି ବ୍ୟକ୍ତି; କାରଣ ଜାଣିଲେ…

ଦୁନିଆର ପ୍ରତିଟି ବ୍ୟକ୍ତି ସର୍ବଦା ଫିଟ ଏବଂ ଯୁବକ ହେବାକୁ ଚାହାନ୍ତି। କିଛି ଲୋକ ଏଥିଲାଗି ପରିଶ୍ରମ କରି ସଫଳ ହୁଅନ୍ତି। ହେଲେ ଅଧିକାଂଶ ଲୋକଙ୍କ ପାଇଁ ଏହି ସ୍ବପ୍ନ କେବଳ ଏକ ସ୍ବପ୍ନ ହୋଇ ରହିଯାଇଥାଏ। ଅପରପକ୍ଷେ କିଛି ଲୋକ ଅଛନ୍ତି ଯେଉଁମାନେ ଫିଟନେସ ପାଇଁ ଅଦ୍ଭୁତ ପଦ୍ଧତି ଆପଣାଇଥାନ୍ତି। ସେଭଳି ଜଣେ ହେଉଛନ୍ତି ଆମେରିକାରେ ରହୁଥିବା ଜଣେ ମଡେଲ। ସେ ଫିଟ ରହିବା ପାଇଁ ଏପରି କାର୍ଯ୍ୟ କରନ୍ତି, ଯାହା ବିଷୟରେ ଜାଣି ଆପଣ ଘୃଣା କରିବେ। କାରଣ ଏହି ମଡେଲ ଫିଟନେସ ପାଇଁ ଗତ ୧୭ ବର୍ଷ ଧରି ତାଙ୍କ ପରିସ୍ରା ପିଉଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ।

ଆରିଜୋନାରେ ରହୁଥିବା ୫୫ ବର୍ଷୀୟ ମଡେଲ ଟ୍ରୋଏ କେସି ତାଙ୍କ ଫିଟନେସ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଛନ୍ତି। ଏଥିଲାଗି ସେ ପ୍ରତିଦିନ ନିଜର ପରିସ୍ରା ପିଅନ୍ତି। ଏପରି କରିବା ଯୋଗୁ ତାଙ୍କର ଚର୍ମ ସବୁବେଳେ ଚମକୁଥାଏ। କେବଳ ଏତିକି ନୁହେଁ ସେ ଶରୀରରେ ଲୋସନ ପରି ତାଙ୍କର ପରିସ୍ରା ମଧ୍ୟ ବ୍ୟବହାର କରିଥାନ୍ତି। ସେ ଗତ ୧୭ ବର୍ଷ ଧରି ଏହି କାର୍ଯ୍ୟ କରିଆସୁଛନ୍ତି।

ସେ ଦାବି କରନ୍ତି ଯେ, ପରିସ୍ରା ଚିକିତ୍ସା ଏକ ପ୍ରାଚୀନ ପଦ୍ଧତି, ଯାହା ବିଷୟରେ ଅଧିକ ଆଲୋଚନା କରାଯାଏ ନାହିଁ। ପରିସ୍ରାରେ ଆମିନୋ ଏସିଡ, ଷ୍ଟେମ ସେଲ ଏବଂ ଆଣ୍ଟିବଡି ଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଅନେକ ଥର ପରିସ୍ରା ଉପବାସ କରନ୍ତି। ସେହି ସମୟରେ, ସେ ଏନିମା ମାଧ୍ୟମରେ ପୁରୁଣା ପରିସ୍ରା ବାହାର କରନ୍ତ। ଏହାକୁ ନେଇ ସେ କୁହନ୍ତି, ଲୋକମାନେ ବହୁତ ଅଜବ ଜିନିଷ ଖାଇଥାନ୍ତି। ସେମାନଙ୍କୁ ପରିସ୍ରା ପିଇବାକୁ ଚେଷ୍ଟା କରିବାକୁୁ ଡର। କିନ୍ତୁ ସେ ବିଶ୍ୱାସ କରନ୍ତି ଯେ ପରିସ୍ରା ପିଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ।

Share