ହେଲିକପ୍ଟର ବ୍ୟବହାର କରି ମହିଳାଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ କନଷ୍ଟେବଳ, ଆଉ ତା ପରେ

ଲଣ୍ଡନର ୟର୍କସାୟାରରେ ପୂର୍ବତନ ଗ୍ଲାମର ମଡେଲ ଟ୍ରେସି (୫୪)ଡିକ୍ସନ ପୋଲିସ ବିରୋଧରେ ଏକ ମାମଲା ଜିତିଛନ୍ତି। ଟ୍ରେସି ଅଭିଯୋଗ କରିଥିଲେ ଯେ, ସେ ବଗିଚାରେ ଉଲଗ୍ନ ଅବସ୍ଥାରେ ସୂର୍ଯ୍ୟକିରଣ ନେଉଥିବାବେଳେ ଜଣେ ପୋଲିସ ହେଲିକପ୍ଟର ବ୍ୟବହାର କରି ଏକ ଭିଡିଓ କରିଥିଲେ। ଏହି ମାମଲାରେ ଟ୍ରେସି ମାନହାନି ମାମଲା ରୁଜୁ କରିବା ସହ ପ୍ରାୟ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହି ମାମଲାରେ ପୋଲିସ କହିଛି ଯେ, ସେମାନେ ଟ୍ରେସିଙ୍କ ସହ ଆପୋଷ ବୁଝାମଣା ହୋଇ ସାରିଛି। ତେବେ ୨ କୋଟି ଟଙ୍କା ନେଇ ପୋଲିସ ଚୁପ୍‌ ରହିଥିବା ଜଣାପଡ଼ିଛି।

ଟ୍ରେସି କହିଛନ୍ତି ଯେ ଅଭିଯୁକ୍ତ ୫୪ ବର୍ଷିୟ କନଷ୍ଟେବଳ ଆଡ୍ରିଆନ ପୋଗମୋର ନିଜ ଖୁସି ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ। ଅପରାଧୀଙ୍କ ଉପରେ ନଜର ରଖିବା ପରିବର୍ତ୍ତେ ଏଭଳି କାମ କରୁଥିବା ପୋଲିସ ସାଧାରଣ ଲୋକଙ୍କ ପାଇଁ ବିପଦ । ଏହି ଘଟଣା ପାଇଁ ସେ ମାନସିକ ସ୍ତରରେ ବିଚଳିତ ହୋଇପଡ଼ିଥିଲେ। ପୋଗମୋର ସ୍ବୀକାର କରିଛନ୍ତି ଯେ, ସେ ଦକ୍ଷିଣ ୟର୍କଶାୟର ପୋଲିସର ହେଲିକପ୍ଟର ବ୍ୟବହାର କରି ଟ୍ରେସିଙ୍କୁ ପିଛା କରିଥିଲେ। ଏହି ସରକାରୀ ହେଲିକପ୍ଟରରେ ବହୁତ ଶକ୍ତିଶାଳୀ କ୍ୟାମେରା ଅଛି, ଯାହା ଦୁଇ ମାଇଲ ଦୂରରେ ମଧ୍ୟ କାରର ନମ୍ବର ପ୍ଲେଟକୁ ସ୍ପଷ୍ଟ ଭାବରେ ଦେଖିପାରିବ।

ଟ୍ରେସି ଆହୁରି ମଧ୍ୟ କହିଛନ୍ତି, ପୋଗମୋର୍‌ ଏବଂ ସେ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲେ। ପୋଗମୋର ହୁଏତ ଦୀର୍ଘ ବର୍ଷ ଧରି ଗୁପ୍ତ ଭାବରେ ତାଙ୍କୁ ଦେଖୁ ଥିବେବୋଲି ସେ ଆଶଙ୍କା କରିଛନ୍ତି। ଏହି ଘଟଣା ପରେ ମୋର ପୋଲିସ ଉପରେ ବିଶ୍ୱାସ ନାହିଁ ବୋଲି ଟ୍ରେସି କହିଛନ୍ତି। ପୋଗମୋର ଦକ୍ଷିଣ ୟର୍କଶାୟର୍‌ ପୋଲିସର ଏୟାର ସପୋର୍ଟ ୟୁନିଟରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଛି ଯେ, ସେ ହେଲିକପ୍ଟର ବ୍ୟବହାର କରିଜଣେ ଦମ୍ପତିଙ୍କ ସେକ୍ସ ଭିଡିଓ ମଧ୍ୟ ଶୁଟିଂ କରିଥିଲେ।

 

Share