ପୂର୍ବତନ ମୋହନା ବିଧାୟକଙ୍କ ପରଲୋକ

ଗଞ୍ଜାମ,୩।୨(ଡି.ଏନ୍‌.ଏ.): ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନମଣ୍ଡଳୀରୁ ଥରେ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ନିକଟରେ ବିହଙ୍ଗ ସଂହିତା ନାମରେ ଏକ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Share