Advertisement

ମୋ ସହ ବିଶ୍ୱାସଘାତକତା କରିଛନ୍ତି ପୂର୍ବତନ ଏମ୍‌ପି: ନାଁ ନେଇ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରାପଡା,୨୭।୫: ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହି କ୍ରମରେ ସୋମବାର କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କରିଛନ୍ତି। ନାଁ ନ ନେଇ ସେ କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିବା ସହ ଯୋଡି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡାରେ ଜଣଙ୍କୁ ୧୦ ବର୍ଷ ଏମ୍‌ପି କଲି। ସେ ନିଜ କମ୍ପାନୀକୁ ଲାଭ ଦେଇ ମୋ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଥିଲେ। ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share