ଜୟପ୍ରଦା ଫେରାର ଘୋଷିତ

ନୂଆଦିଲ୍ଲୀ,୨୭।୨: ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟପ୍ରଦା ଦୁଇଟି ମାମଲାରେ ଶୁଣାଣି ପାଇଁ ହାଜର ନ ହେବାରୁ ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଫେରାର ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆଚରଣ ବିଧିର ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ସେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ୭ ଥର ଜାମିନବିହୀନ ଗିରଫ ପରଓ୍ବାନା ଜାରି ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନ ଥିଲେ। ଫଳରେ ସ୍ବତନ୍ତ୍ର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।

Share