Categories: ଜାତୀୟ

ଜେଡିୟୁ ଛାଡ଼ିଲେ ମୀନା ସିଂ

ପାଟନା,୩ା୩ : ପୂର୍ବତନ ଏମ୍‌ପି ମୀନା ସିଂ ଶୁକ୍ରବାର ଜେଡିୟୁ ଛାଡ଼ିଛନ୍ତି।  ୨୦୦୮ରେ ସ୍ବାମୀ ତଥା ଏମ୍‌ପି ଅଜିତ କୁମାର ସିଂଙ୍କ ପରଲୋକ ପରେ ମୀନା ବିକ୍ରମଗଞ୍ଜ ଲୋକ ସଭା ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଏପରିକି ସେ ୨୦୦୯ ନିର୍ବାଚନ ମଧ୍ୟ ଜିତିଥିଲେ। ୨୦୧୪ରେ ସେ ନିର୍ବାଚନ ଲଢ଼ି ହାରିଯାଇଥିଲେ।

ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ମୀନା ସିଂ କହିଛନ୍ତି। ମୀନା ସିଂଙ୍କ ବ୍ୟତୀତ ଅନ୍ୟ ଅନେକ ନେତା ମଧ୍ୟ ଶୁକ୍ରବାର ଜେଡିୟୁର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଜଣାପଡିଛି। ମୀନା ସିଂ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

Share