Categories: ଜାତୀୟ

କେସିଆର ସରକାରଙ୍କୁ ଝଟକା: ପୂର୍ବ ଏମ୍‌ପି ପିଏସ୍‌ ରେଡ୍ଡୀଙ୍କ ସମେତ ହାତ ଧରିଲେ ଅନେକ ନେତା

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଏମ୍‌ପି ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଏବଂ ତେଲଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣ ରାଓ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ ହାତ ମିଳାଇଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏଆଇସିସି କାର୍ଯ୍ୟାଳୟରେ ତେଲଙ୍ଗାନା କଂଗ୍ରେସ ନେତାଙ୍କୁ ଭେଟିଛନ୍ତି।

Share