ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବରଗଡ଼,୮ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା ବିଜେଡିକୁ ବଡ଼ ଝଟ୍‌କା ଲାଗିଛି। ବିଜେଡିର ଜିଲା ସଭାପତି ତଥା ପୂର୍ବତନ ଲୋକ ସଭା ଏମ୍‌ପି ଡକ୍ଟର ପ୍ରଭାସ ସିଂ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦଳ ଆମଦାନୀ ନେତାଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ଦଳର ପୁରୁଖା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଥିବା ସିଂ ଅଭିଯୋଗ କରିଛନ୍ତି। ତେବେ ସେ କେଉଁ ଦଳରେ ମିଶିବେ ବୋଲି ପଚାରିବାରୁ ସେ ନେଇ ବର୍ତ୍ତମାନ ନିଷ୍ପତ୍ତି ନେଇ ନାହାନ୍ତି, ସେଥିପାଇଁ କିଛିଦିନ ଲାଗିପାରେ ବୋଲି କହିଛନ୍ତି। ଅନ୍ୟପଟେ ସିଂ ଭାଜପାରେ ଯୋଗଦାନ କରି ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

Share