ନୂଆଦିଲ୍ଲୀ,୯।୧୧: ପ୍ରାୟତଃ ଆଇପିଏଲ୍ ସମୟରେ ବେଟିଂ ଖବର ସାମ୍ନାକୁ ଆସିଥାଏ। ଯଦିଓ ଚଳିତବର୍ଷ ଆଇପିଏଲ୍ କରୋନା ଯୋଗୁ ୟୁଏଇରେ ଅନୁଷ୍ଠିତ ହେଉଛି ତଥାପି ଏହାର କ୍ରେଜ୍ ଦେଶରେ କମିନି। ବିଭିନ୍ନ ସ୍ଥାନରେ ବେଟିଂ ଖବର ସାମ୍ନାକୁ ଆସୁଛି। ଏଥର କ୍ରିକେଟ୍ ବେଟିଂରେ କୌଣସି ବ୍ୟକ୍ତି ନୁହେଁ ବରଂ ଜଣେ ପୂର୍ବତନ କ୍ରିକେଟର୍ ସାମିଲ ଥିବା ଜଣାପଡିଛି। ମୁମ୍ବାଇର ଏହି କ୍ରିକେଟଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ କ୍ରିକେଟର୍ ରବିନ ମୋରିସ ୧୯୯୫ରୁ ୨୦୦୭ ପର୍ଯ୍ୟନ୍ତ ୪୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ଭର୍ସୋଭାରେ ରବିନ ବେଟିଂ କରୁଥିବା ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ତାଙ୍କୁ ଗିରଫ କରି ଫୋନ ଏବଂ ଲ୍ୟାପଟପ୍ ଜବତ କରିଛି। ଗତବର୍ଷ ମଧ୍ୟ ସେ ବେଟିଂ କରୁଥିବା ବେଳେ ଧରାପଡିଥିଲେ।