
ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ପରଲୋକ ଘଟିଛି। ସ୍ବର୍ଗତ ଅଗ୍ରଓ୍ବାଲ ୧୯୯୭ରୁ୨୦୦୩ ପର୍ଯ୍ୟନ୍ତ ପଦ୍ମପୁର ନଗରପାଳ ଦାୟିତ୍ୱ ତୁଲାଇଥିବା ବେଳେ ଦୁଇଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲ। ସେ ଭାଜପାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ଆଜି ତାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ଭାଜପାର ଅନେକ କର୍ମୀ ନେତା ତଥା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ଧର୍ମପତ୍ନୀ ତ୍ରୀଶଳା ଦେବୀ ଭାଇ କୈଳାସ, ନରସିଂହ, ରାମତୋର, ଏକମାତ୍ର ପୁତ୍ର ସୁନିଲ, ପୁତ୍ରବଧୂ ସା, ଝିଅ ଆଶା, ଜ୍ୟୋତି, ପ୍ରୀତି,ଶ୍ରୁତି, ବୁଲ୍ବୁଲ୍ ସମେତ ନାତି ନାତୁଣୀଙ୍କୁ ଛାଡ଼ି ଚାଲିଯାଇଛନ୍ତ। ସେ ଜଣେ କର୍ତ୍ତବ୍ୟ ନିଷ୍ଠ, ମିଷ୍ଠଭାଷୀ ତଥା ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକମାତ୍ର ପୁତ୍ର ସୁନିଲ ମୁଖାଗ୍ନି ଦେଇଥିଲେ।