Categories: ଖେଳ

ଲୁକ୍‌ ରୋଞ୍ଚି ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌

ଓ୍ବେଲିଂଟନ,୫।୧୧(ଏପି): ଉଇକେଟକିପର ବ୍ୟାଟ୍ସମ୍ୟାନ ଲୁକ୍‌ ରୋଞ୍ଚି ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ସେ ଦାୟିତ୍ୱ ଗ୍ରହଣ କରିବେ। ରୋଞ୍ଚି ନ୍ୟୁଜିଲାଣ୍ଡରେ ଜନ୍ମ ନେଇଥିଲେ ମଧ୍ୟ ପ୍ରଥମେ ପଡୋଶୀ ଅଷ୍ଟ୍ରେଲିଆ ତରଫରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ୨୦୦୮ରେ ଅଷ୍ଟ୍ରେଲିଆ ପାଇଁ ସେ ୪ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ। ତେବେ ସେ ଏହାପରେ ସେ ନ୍ୟୁଜିଲାଣ୍ଡ ପ୍ରତ୍ୟାବର୍ତ୍ତନ କରି ୨୦୧୩ରୁ ୨୦୧୭ ମଧ୍ୟରେ ୪ଟି ଟେଷ୍ଟ ଓ ୮୧ ଦିନିକିଆ ଓ ୩୦ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ରୋଞ୍ଚି ନ୍ୟୁଜିଲାଣ୍ଡ କୋଚିଂ ଷ୍ଟାଫ୍‌ର ସାମିଲ ଥିଲେ। ଏବେ ସେ ନ୍ୟୁଜିଲାଣ୍ଡର ଫୁଲଟାଇମ୍‌ ବ୍ୟାଟିଂ କୋଚ୍‌ ରୂପେ ଦାୟିତ୍ୱ ବହନ କରିବେ। ସେ ପିଟର ଫଲଟନଙ୍କ ଠାରୁ ଏହି ଗୁରୁଦାୟିତ୍ୱ ବହନ କରିବେ। ଏ ନେଇ ରୋଞ୍ଚି ବେଶ୍‌ ଉତ୍ସାହିତ ଅଛନ୍ତି। ନିଜର ତଥା ଦଳର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବେ ରୋଞ୍ଚି କହିଛନ୍ତି।

Share